ସର୍ପବିଦ୍ୟା


ମୂଳ ବଙ୍ଗଳା: ଇକରାମ କବୀର II ଓଡ଼ିଆ ଅନୁବାଦ: ମୃଣାଳ


ଭରତପୁର ଗ୍ରାମର ଅନିସ ମୁଲ୍ଲା ଜଣେ ପ୍ରଖ୍ୟାତ ଗୁଣିଆ । ସେ ସାପ ବିଷ ଝାଡେ ।କିନ୍ତୁ କେହି ଜାଣନ୍ତି ନାହିଁ ଯେ ରାତିରେ ସେ ନିଜେ ସାପ ହୋଇ ଲୋକଙ୍କୁ ଦଶଂନ କରେ । ଦିନରେ ସେ ଝଡାଫୁଙ୍କା କରି ଓ ବିଷ କମେଇ ଦିଏ ଆଉ ରାତିରେ ପୁଣି ସେହି ବିଷକୁ ନିଜେ ସୁଯୋଗ ଉଣ୍ଡି ଅନ୍ୟ କେଉଁଠି ବିଞ୍ଚିଦିଏ ।


ଦିନେ ରାତିରେ ଗୋଟେ ପିଲା – ତା ନାଁ ରମେଶ, ସେ ଅନୀସ ମୁଲ୍ଲାଙ୍କର ସାପ ରୂପ ଦେଖି ପକେଇଲା । ନିଜକୁ ବଂଚେଇବାପାଇଁ ସେ କହିଲା – ମୁଁ ଆପଣଙ୍କର ଶିଷ୍ୟ ହେବାପାଇଁ ଚାହେଁ । ଆପଣଙ୍କଠୁ ମୁଁ ଏ ବିଦ୍ୟା ଶିଖିବାପାଇଁ ଚାହେଁ ।


ଅନିସ ମୁଲ୍ଲା କହିଲେ, ଯଦି ସାପ ହେବାପାଇଁ ଚାହୁଁ ଆଗେ ମଣିଷ ହ । ମୁଁ ମଣିଷ ହେଇଥିଲି, ସେଥିପାଇଁ ସାପ ହେଇ ପାରିଛି । ଏକମାତ୍ର ମଣିଷ ହିଁ ସାପ ହେଇପାରେ ।

One Comment on “ସର୍ପବିଦ୍ୟା”

  1. କବିତା ଆଉ ଚିତ୍ର ବୋଧହୁଏ ଏକ ସଙ୍ଗେ ଦେଖିବା ଭଳି ଜାଗାଟି
    ‘ଚିତ୍ରଲେଖା’! ନାଆଁ ଅନୁସାରେ କାମ। ଦେଖ ଓ ପଢ଼। ମନକୁ ପାଇଲେ କହ କିଛି।
    ‌‌ ଧନ୍ୟବାଦ।

Comments are closed.