ଶୁଖି ଯାଇଥିବା ନଈର କଥା


ଶୁଖି ଯାଇଥିବା ନଈର ଆତ୍ମାଟି ତଥାପି ପିଣ୍ଡ ଛାଡ଼ି ନ ଥାଏ । ପ୍ରଖର ଖରାରେ ଶୁଖି ଯାଉଥିବା ପଙ୍କ ତଳେ ତଥାପି ବଞ୍ଚିବାକୁ ଲଢେଇ କରୁଥିବା ନଈଟି କରୁଣ କଣ୍ଠରେ କିଛି କହିବାକୁ ଚାଁହୁଥିଲା ତାକୁ ଚାହିଁ ରହିଥିବା ମଣିଷଟିକୁ ।
ମଣିଷ କହିଲା, ଭଲ ହେଲା ନଈଟା ଆପେ ଆପେ ଶୁଖିଗଲା । ନହେଲେ ମୋତେ ୟାକୁ ଧୀରେ ଧୀରେ ମାରିବାକୁ ପଡିଥାନ୍ତା । ଏବେ ଏହା ଛାତି ଉପରେ ଏବେ ଗୋଟେ ବଡ଼ ସହର ତିଆରି ହୋଇପାରିବ ।
ନଈର ମୃତ ଶରୀର ଉପରେ ସହର ତିଆରି ହୋଇଗଲା । ନଈର ଆତ୍ମା ଏବେବି ବର୍ଷାଦିନେ ସହର ରାସ୍ତାରେ ଲୁହ ଝରାଏ । ଲୋକେ କହନ୍ତି ରାସ୍ତା ତିଆରିରେ ବହୁତ ଦୁର୍ନୀତି ହୋଇଛି । ନହେଲେ ସହର ରାସ୍ତାରେ ବନ୍ୟା କେମିତି ହେଉଛି !
++

ଫଟୋ: ଦେବରାଜ ବିଶ୍ୱାସ


Leave a Reply

Your email address will not be published. Required fields are marked *