ସାପ  

ଚାଲି ଚାଲି ଥକି ପଡ଼ିଲିଣି 
ବଡ ଦିକ୍ ଦାର ଲାଗିଲାଣି
ଏଣିକି ଏସବୁ କାମ ।
କାହାକୁ ଗୋଟେ ଚୋଟ ମାରିବ ବୋଲି
ଏତେ ଅପେକ୍ଷା
ଛ୍ୟା
ମୋତେ ଏସବୁ ଜମାରୁ ପସନ୍ଦ ନୁହେଁ
ଚୋଟ ମାରିବ ତ ଫଣା ଟେକିବ
ଧମାଧମ୍ ନାଦି ଦବ
ଥାନ ଅଥାନ ଯୋଉଠି ପାଇବ
ସେଠି ଚୋଟ ମାରିବା ପରେ
କଅଁଳ ହେଇ ଆସିବ ତନୁ ମନ
ପଲ୍ଲବି ଉଠିବ ଆତ୍ମା
ହେଲେ
ଏଠି ଯୋଉ ଚୋଟ ମାରିବାକୁ କୁହା ଯାଇଛି
ଛ୍ୟା
ଏଥିରେ କିଛି ବାଗ ବାଇଶ ନାହିଁ
ଏତେ ମାପି ଚୁପି
ଚୋଟ କ'ଣ ମାରି ହୁଏ
କାହା ପାଇଁ କେତେ ବିଷ
ସେତେକ ବି ସ୍ଥିର ସରିଥିବ
କେତେ ଦୁରତାରୁ ଚୋଟ ମାରିବ
କେତେ ଦେଖେଇ କେତେ ଲୁଚେଇ
ସବୁ କିଛି ଯୋଯନା ଅନୁଯାୟି
କରିବାକୁ ହେବ ।
ଟିକେ ଏପଟ ସେପଟ ହେଲେ
ଚାକିରି ଚାଲିଯିବ ,
ତୁମେ ଚୋଟ ମାରିବ
ଫଣା ତୁମର ଦାନ୍ତ ତୁମର
ବିଷ କିନ୍ତୁ ତୁମର ନୁହେଁ
ଏମିତିକା ଗୋଟେ ସାପର ଜିବନ
ଛ୍ୟା
ସେଇଥି ପାଇଁ ଥକା ଲାଗୁଛି ।