ରଜ ପରବ

ରଜ ଦୋଳି 
ଭୂଇଁକୁ ନକରି ଖୋଳାଖୋଳି
ଗଛ ଡ଼ାଳରେ ସେ ରହେ ଓହଳି
ଦଉଡି ତା,
ନଡ଼ିଆ କତାର ବଳି ସକାଳୁ ସଞ୍ଜ,
ପିଲାଠୁ ବଡ କରନ୍ତି ଅତି ଗହଳି
ହଉଥାଉ ଯେତେ ଉତ୍କଟ ଗୁଳୁଗୁଳି
ସବା ସାନ ପିଲାଏ କରନ୍ତି
ବହୁତ ଅଳି
ହେଲେ ବେଗ ବଢ଼ିଲେ ପକାନ୍ତି
କାନ୍ଦ-ବୋବାଳି
ସେ ମଜା ଅଛିକି,
ଘର ବାରଣ୍ଡାରେ ପ୍ଲାଷ୍ଟିକ ରସିରେ ତୋଳି ।।
ରଜ ପିଠା ଆହା କି ମିଠା
ରାତିଅଧରୁ ଚାଉଳଚୁନାରୁ
ତିଆରି ହୁଏ ପୋଡପିଠା
ସକାଳୁ ଆଗ ବାରିଆଡେ ଦିଆଯାଏ
ନକରି ଅଇଁଠା
କିନ୍ତୁ ଆଜିକାଲି ଆମର
ପିଜା ବର୍ଗର ପାଖେ ବସାଉଠା ।।
ରଜ ମର୍ମ ନାରୀ ପାଇଁ ଅଟେ ବଡ କର୍ମ
ସଜବାଜ ହୋଇ ଦୋଳିରେ ବୁହାନ୍ତି ଘର୍ମ (ଝାଳ)
ସକାଳୁ ନଈ ତୁଠେ ମାଜନ୍ତି
ତେଲ ହଳଦିରେ ଚର୍ମ
ସେଥିପାଇଁ ଛାଡ଼ିଚାଲିଯାଏ ସବୁ ଜର୍ମ
ଏବେକାର ପାଠୁଆ ତରୁଣୀ
ବୁଝନ୍ତି ନାହିଁ ଏହାର ଧର୍ମ
ମେକପ ଯେବେ ଛାଡ଼ିଯିବ,
ଚାଲିଯିବ ସବୁ ଚାର୍ମ ।।
ରଜ ମଉଜ କରୁଥାଉ ମେଘବର୍ଷା
ଯେତେ ଗରଜ ସିନେମା ଦେଖି ଯାଆନ୍ତି
ଟୋକାଏ କିଶୋର ଟକିଜ ଅବଶ୍ୟ
ଏବେ ତା ୟୁଟୁବ, ଅମାଜୋନ ରେ
ହେଲାଣି ସହଜ
ହେଲେ ଯାହା ପାଇଁ ଏଇ ପ୍ରକୃତି ପରବ
ଆଜ ମରୁଛି ସେ କରି ଅତି କରଜ
କିନ୍ତୁ ଏବେର ସ୍ମାର୍ଟ ସମାଜ
ପ୍ରକୃତିକୁ ବନ୍ଧୁ କରିବାକୁ ପୁରା ନାରାଜ
ଫଳରେ ଜଳବାୟୁ କରୁଛି ମୁଣ୍ଡ ଦରଜ
ଦିନେ କହିଯାଇଥିଲେ ଯାହା ଆମ ପୁର୍ବଜ
ଏବେ ସମୟକୁ କରି ହେଜ ଫ୍ରେଣ୍ଡ୍
ରିକ୍ୱେଷ୍ଟ ପଠାଇ ଜଳ,ଜମି,ଜଙ୍ଗଲ,
ଜନ୍ତୁକୁ ଖୋଜ
ନରଖି ଦୂରତା ଦୁଇଗଜ ।।
ରଜ ବାଗୁଡ଼ି ଖେଳିବାକୁ ନାହିଁ ଜାଗା
କି ବାଡି ଇଚ୍ଛା ଥିଲେ ବି ହାତରୁ ଛାଡୁନି ଡକୁପେଡି (ମୋବାଇଲ)
ସବୁବେଳେ ଧରିଛି ଜାବୁଡ଼ି
କିନ୍ତୁ ରିଙ୍ଗଟୋନ ବାଜେ କବାଡି, କବାଡି
ପୁଣି ରଜ ଚାନ୍ଦା କରି ଦୁଇଶ କଉଡ଼ି ଅଣାଯାଏ
ଚିକନ, ବିୟର, ମିକ୍ସଚର, ମୁଡି
ସନ୍ଧ୍ୟା ହେଲେ ଆସର ଜମେ,
ଦେଇ ଛୋଟ ପିଲାଙ୍କୁ ତଡି ।।
ରଜ ପାନ ଖାଇବାକୁ ହେଲା ମନ ଛନ ଛନ
କିଣି ଆଣିଲି ଅନଲାଇନ
ତାପରେ ଗଜ ଦେଖି ଗଲି ନନ୍ଦନକାନନ
ବାକି ରହିଲା ବନ ଏବେ କଟା ଚାଲିଛି,
ଦିନେ ହେଇଯିବ ସାତ ସପନ
ଆଉ ଛେଳି ଥିବ ଯେ ଖାଇବ ମଟନ ।।