ଲାଜକୁଳା


ଅଲଜ୍ଯା କହ କି ବେଲଜ୍ଯା
ମୋ ଫ୍ରେଣ୍ଡ୍ ତାଲିକାରେ ରହୁ ତମ ନାଆଁ
ବୋର୍ କରିବିନି, ଲେଖିବିନି,ପଚାରିବିନି କିଛି ବି ତମକୁ
କ’ଣ କରୁଚ କି ଗାଆଁ।

ଏ. ଆଇ-ଫଟୋ ହଉ ପଛେ ସେଇଟା ଇ କାମନା।

ମୁଁ ତମକୁ ସିଧା କହିଚି କି ମେସେଞ୍ଜରରେ କି ଟ୍ରୁ କଲରରେ?
କାଇଁ କହି ନ ପାରି ପଠେଇଲି ରିକ୍ବେଷ୍ଟ୍ ଫେସବୁକରେ?
ଆଡ୍ ଫ୍ରେଣ୍ଡ୍ ରେ ଆସିଥିଲା ଫଟୋଟା
ତମକୁ ନ ଜଣେଇ ଓଠହଳକ ନେଇ କରିଦେଲି ଆଡ୍
ଚାଳିଶ ଲକ୍ଷରୁ ଅଧିକ ହାଣ୍ଡି ବିକ୍ରୀ ହେଲାଣି ଗୁଡ଼, ଚାଲିଚି ଏବେ ବି
ପାଞ୍ଚକୋଟି ମହୁ ଶିଶି ଯା’ର ଅର୍ଡର୍ ଆସୁଚି ପ୍ରତିଦିନ !
ମଣିଷ ହେଇଗଲେ ଏ ଦେଶରେ ତମ ପାଇଁ
ଫ୍ଲିପକାର୍ଟ ଆଉ ଆମାଜନ!

ମୋ ରିକ୍ବେଷ୍ଟ୍ ତମେ ଆକ୍ସେପ୍ଟ କରୁକରୁ ହେଇଗଲା ହଙ୍ଗାମା !

କିଏ କହିଲା(?) କେଜାଣି !
ଧର୍ମ ନାଆଁରେ ମାରିଦେଲେ କାଶ୍ମୀରରେ ଭ୍ରମଣାମାନଙ୍କୁ !
ଖବର ସ’ ରାଗିଗଲା ତମାମ ଇଣ୍ଡିଆ !
ଅବ୍ୟାହତ ରହିଚି, ଚାଲିଚି ପାଲା
ନାଗରିକ ତାତିମାତି ଲାଲ୍
ବନ୍ଧୁକ ଦେଇଦେଲେ ଡେଇଁପଡ଼ିବେ ଆତଙ୍କବାଦୀଙ୍କୁ ମାରିବାକୁ !
ମୁଁ ଥଣ୍ଡା ଲୋକ, ବେପାର ଜୀବିକା
ତଥାପି ମଗଜରେ ଢୁକିଗଲା ଦେଶପାଇଁ କିଛି କରିବାକୁ !!

ମୁଁ ସତ କହୁଚି ( ମିଛ କହି ମୋତେ ଆସେନା
କି‌ ପିଠିରେ ଖୋଜୁନି ନୂଆ ଚପଲର ପ୍ରତିମା,
ରାଗନା !)
ତମ କାନ ପଛ ମଳିକୁ କରି ପଠେଇବି କିଛି ଗୁଳି
ପହେଲଗାଓଁ
ଆଖି ଦିଇଟାକ ପଠେଇବି ଦି’ଶ ଦୂରବୀଣ ସ’
ଆଂଗୁଳିଗୁଡ଼ାକ ଛାଡ଼ିବି ମିଶାଇଲ୍ କରି
ଆତଙ୍କବାଦୀଙ୍କ ଶିବିର ଉପରକୁ
ତମ ଦାନ୍ତରେ ତିଆରି କରବି ‘ଦ ଗ୍ରେଟେଷ୍ଟ ଓ୍ବାଲ୍ ଅଫ୍ ଇଣ୍ଡିଆ’
ନାକକୁ କରିବି ବଙ୍କର୍,
ଆତ୍ମଘାତୀ ଡ୍ରୋନ୍ କରିବି ପାଦଙ୍କୁ;
ଆଉ ଯାହା ଦରକାର ବୋମାଫୋମା ସେଗୁଡ଼ା ବା
କେତେ ସମୟର କଥା!
ତମ କଲିଜା ଦେଖେଇ ସବୁ ଗଣମାଧ୍ୟମରେ
ସବୁ ଦେଶର ଛାତିରେ ଲଗେଇଦେବି ନିଆଁ!

ନାଡ଼ି ନରମ ରକ୍ତ ଗରମ:
ଏଇଟା ଜାଣୁ ଆଖି ମୁଦି କ୍ଷୀର ପିଉଥିବା ଦୁନିଆ !

ଅମୁଲ୍ କୁଲ୍ ପିଅ ଗୋଟେ, ଆରାମରେ, ଟେନସନ୍ ନିଅନା
କ୍ଯାନସଲ୍ କରନା କି ଡିଲିଟ୍ ମୋତେ
ପହେଲଗାମ୍ ପରେ ପୁଣି ଯିବାକୁ ପଡ଼ିପାରେ ନୂଆ ଜାଗା;
ଜଣେଇବି କେମିତି ସେତେବେଳେ
ତା ଠିକଣା ?
**
ଦଇତାପଡ଼ା ସାହି, ପୁରୀ-୧
ଚଳଭାଷ- ୭୯୭୮୮୫୮୦୯୧

Leave a Reply

Your email address will not be published. Required fields are marked *