ବାପାଙ୍କ ପରି

 
ଯୋଉଠି ସେ ଥିଲେ
ଏବେ ସେଇଠି ଆମେ

ତାଙ୍କ ପିଲାବେଳକୁ ପାର୍ ହେଇ
ଯୌବନ ସମୟରେ
ଏବେ ମୋ ପୁଅ

ତାଙ୍କ କୈଶୋର ସମୟରେ
ଝିଅ,

ମୋ ଆଖିଆଗରେ
ଅମାନିଆ ଜିଦଖୋର
କୈଶୋର ଯୌବନଙ୍କ
ନାଲି ଆଖିରେ ବନ୍ଦୀ

ଯାଉଛି ଭେଟିବାକୁ
ତାଙ୍କ ଧୋବଫରଫର ମୁହୂର୍ତ୍ତ
ଯେତେବେଳେ ଶିଖାଉଥିଲେ
ସଂସାରର ନିୟମ
ସେଇ ନିୟମ ମୋ ପିଲାମାନଙ୍କୁ ଶିଖାଇବାରୁ,
ପ୍ରତିଉତ୍ତରରେ କୁହନ୍ତି
ଆମେ ଆଉ ଛୋଟ ହେଇ ନାହୁଁ
ଆମ ହାତ ଆମ ମୁଣ୍ଡକୁ
ପାଇଗଲାଣି,

ଆଉ ସେ ସମୟ ନାହିଁ
ନିର୍ଜନତା ହିଁ
ସଭିଙ୍କ ସାଥି
ଘରେ ସ୍ତ୍ରୀ
ସେ ବ୍ୟସ୍ତ ସାଙ୍ଗ ସ '
ଚାଟିଂରେ
ମୁଁ ବି
ପିଲାମାନେ ବି
କିଏ ଟିକେ ଆଡଉହାଡ ହେଲେ
ମାଡିମାଡି ପଡୁଛି ମୋତେ
ଲାଗୁଛି କୋଉ ପାନ୍ଥଶାଳାର
ଅଜଣା ପଥିକ

ଅଛି ମୁଁ କାହାର ଅପେକ୍ଷାରେ...

ଭାବୁଥିଲି, ମୋ ପାଇଁ ବାପା
ଯେମିତି
ମୁଁ କିନ୍ତୁ ମୋ ପିଲାଙ୍କ ପାଇଁ
ହେଇ ପାରିଲିନି ସେମିତି

ସା /ପୋ :-ଗୁଲନଗର, କେନ୍ଦ୍ରାପଡା, ପିନ୍‌:-754211

One Comment on “ବାପାଙ୍କ ପରି”

  1. ମନକୁ ଛୁଇଁ ଯାଏ ଏମିତି ଲେଖା। ବହୁତ ବହୁତ ଧନ୍ୟବାଦ।

Comments are closed.