ଗୋଟିଏ କବିତା ଓ ଗୋଟେ ଚିଠି : ରୈନେର ମାରିଆ ରିଲ୍କା


ଷ୍ଟିଫେନ ମିଚେଲଙ୍କ ଇଂରାଜୀ ଅନୁବାଦ (1982)ର  ଓଡ଼ିଆ ଭାଷାନ୍ତର – ଶୈଳେନ୍ଦ୍ର ପଟ୍ଟନାୟକ
 

ପ୍ରଭୁ! ମୁଁ ତୁମକୁ ପାଏ ପ୍ରତ୍ୟେକଟି ବସ୍ତୁ ଏବଂ ମୋର 
ସହଚର ସମସ୍ତ ଜୀବଙ୍କ ମଧ୍ୟରେ, ତୁମ 
ଜୀବନ୍ତ ଉପସ୍ଥିତି ଯାହା କ୍ଷୁଦ୍ର ସେଥି ମଧ୍ୟେ 
କ୍ଷୁଦ୍ରାତି କ୍ଷୁଦ୍ର ନିଦ୍ରିତ ବୀଜଟିଏ, ପୁଣି 
ଯାହା ବିଶାଳ ସେଥିଲାଗି ତୁମେ ଉଚ୍ଛର୍ଗୀକୃତ 
ଭୁମାର ବିନୟୀ ତନ୍ମୟତାରେ।

ବିସ୍ମୟକର ତୁମ ଲୀଳାମୟ ଚଳନଶିଳତା 
ଆବେଗାଭିଭୂତ ଭାବେ ସମର୍ପିତ ଏ ଧରାରେ 
ସମସ୍ତ ସ୍ଥିତାବସ୍ଥା ସହ ଉନ୍ମୁକ୍ତ ଖେଳକୌତୁକରେ।
ମାଟିତଳ ଚେର-ମୂଳଙ୍କ ଅନ୍ଧାରୁଆ ଗତି 
ଗଣ୍ଡିର ସଶକ୍ତ ବର୍ତ୍ତୁଳ ଅଭିବୃଦ୍ଧି ଏବଂ

ବୃକ୍ଷଙ୍କ ଶୀର୍ଷରେ ସବୁ ମୁହୂର୍ତ୍ତରେ ମୁର୍ତ୍ୟୁଞ୍ଜୟୀ ଉର୍ଧ୍ଵଗତି। 

ମୁଁ ଆରଂଭ କରେ ସେହିସବୁ ବସ୍ତୁ ମାନଙ୍କରୁ ଯେଉଁ ସବୁ ବସ୍ତୁ ମୋ ନିଃସଙ୍ଗ ପିଲାଦିନେ ମୋ ନିକଟତର, ମୋର ଅତୀବ ନିକଟର ଓ ବିଶ୍ୱାସନୀୟ ଥିଲେ ଏବଂ କୌଣସି ବାହ୍ୟ ସାହାଯ୍ୟ ନଥାଇ ଧୀରେ ଧୀରେ ମୋ ଲାଗିଁ ସମ୍ଭବ ହୋଇଆସେ ଏବଂ ତାହା ଅସମ୍ଭବ କୃତକାର୍ଯ୍ୟତା ବୋଲି ମୋର ମନେହୁଏ, ସେହି ସବୁ ବସ୍ତୁଙ୍କ ଠାରୁ ଆରମ୍ଭ କରି କହିବା, କହିପାରିବା ପଶୁପକ୍ଷୀ ମାନଙ୍କ ବିଷୟରେ। ପରେ ପରେ (ଭ୍ରମଣ ସମୟରେ) ଋଷିଆ  ମୋ ଲାଗିଁ ନିଜକୁ ଉନ୍ମୁକ୍ତ କରେ ଏବଂ ମୋ ଲାଗିଁ ସୃଷ୍ଟିକରେ ଈଶ୍ୱରଙ୍କ ସାହଚର୍ଯ୍ୟ ଲାଗିଁ  ସମ୍ଭାଵ୍ୟତା ଏବଂ ହୃଦବୋଧ ମଧ୍ୟ ସେହି ଐଶ୍ଵରୀୟ ଅନ୍ଧକାର ଯା’ମଧ୍ୟରେ ସମ୍ଭବ ହୁଏ ଆମ ସାମଗ୍ରୀକତାର ପ୍ରକୃତ ସମାହାର। ସେତେବେଳେ ମୁଁ ସେଭଳି ହିଁ ପରିଚିତି ପାଇଥିଲି ଓ ନାମିତ କରିଥିଲି ଈଶ୍ବରଙ୍କୁ ଯିଏ ଅଜାଚିତ ଅଜାଡି ହୋଇ ପଡିଥଲେ ମୋ ଅଭ୍ୟନ୍ତରରେ ଏବଂ ଏକ ପ୍ରଲମ୍ବିତ ଅବଧୀ ମୁଁ ବଞ୍ଚିଥିଲି ଈଶ୍ୱର-ନାମର ଗର୍ଭ-ଗୃହ ମଧ୍ୟେ ନିମ୍ମଜିତ ବିହ୍ୱଳ ବିନୀତ ପ୍ରାର୍ଥନରେ। ଏବେ କିନ୍ତୁ ମୋ ଓଠରେ ତାଙ୍କ ନାମ କୋଚିତ ବା ପାଇବ ତୁମେ, ଆମ ମଧ୍ୟରେ ପରସ୍ପର ସ୍ୱାଧୀନତା ପ୍ରତି ସଜାଗତା ବର୍ଣ୍ଣନାତୀତ ଏବଂ ଯେଉଁଠି ପ୍ରଘାଡ଼ ଘନିଷ୍ଟତା ଓ ଘୋଳମେଳ ଦିନେ ଅନା୍ୟାସେ ଥିଲା ଏବେ ନୁଆଁ ନୁଆଁ ଦୂରତ୍ୱର ପ୍ରଲମ୍ବିତ ଦର୍ଘ୍ୟ – ଯେଭଳି ଏଟମ ଓ ଏଟମ ମଧ୍ୟରେ ଦୂରତ୍ୱ, ସାମ୍ପ୍ରତିକ ବିଜ୍ଞାନ ମତରେ ପ୍ରତ୍ୟେକ ଏଟମ ବ୍ରମ୍ହାଣ୍ଡର କ୍ଷୁଦ୍ରାତି- କ୍ଷୁଦ୍ର ପ୍ରତିରୂପ। ଯାହା ବୋଧଗମ୍ୟ ତାହା ଖସଡ଼ି ଯାଏ ଓ ରୁପାନ୍ତରିତ ହୋଇଚାଲେ ଏବଂ ଅଧିକାର ସାବ୍ୟସ୍ତ ବଦଳରେ ଯଦି ଜଣେ ସମ୍ପର୍କିତ ହେବାକୁ ଶିଖିବା ଆରମ୍ଭ କରେ, ସେଥିରୁ ଜାଗ୍ରତ ହୁଏ ଯେଉଁ ନାମହୀନ ଭାବ ତାହା ଆମ ମଧ୍ୟେ ପୁନର୍ବାର ଉଦ୍ରେକ କରେ ସେହି ପ୍ରାରମ୍ଭିକତା ଯାହା ଛଳନାରହିତ ଭାବେ ଈଶ୍ୱରଙ୍କ ସହ ସମ୍ପର୍କିତ ହୋଇ ରହିପାରିବା ସହ ଆମକୁ ପହୁଞ୍ଚାଇ ଦେଇଥାଏ ଆମ ସମ୍ପୂର୍ଣ୍ଣତାରେ। ଏହି ଐଶ୍ୱରୀୟ ସହାନୁଭବତା ଧୀରେ ଧୀରେ ନିମ୍ମଜ୍ଜିତ ହୋଇଚାଲିଥିବା ବେଳେ ଅତିଶୟ ଆନନ୍ଦର ଅସିମତାରେ, ଯେହେତୁ ଏହା ଶବ୍ଦରେ କହିବା କଦାପି ସମ୍ଭବ ହୁଏନା, ସେହି ଅନୁଭୂତି ପୁନର୍ବାର ହଜିଯାଏ ସୃଷ୍ଟି-ରହସ୍ୟରେ, ମିଳେଇ ମିଳେଇ ଯାଏ ପ୍ରେମର ମୌଳିକତାରେ ଏବଂ ମୃତ୍ୟୁରେ। ବୋଧହୁଏ ଏହା ହିଁ, ଏହି ଅନୁଭୂତି ହିଁ ପୁନର୍ବାର ପୁନର୍ବାର ବିଘଟିତ ହୋଇଥାଏ Book  of Hours ର ଉଚାରଣ ମାନଙ୍କରେ, ଜୀବନ୍ତ ହୃଦୟର ଐଶ୍ୱରୀୟ ଉଚାଟନ ଏବଂ ସମଗ୍ର ଆକାଶ ପରିବ୍ୟାପ୍ତ ଏବେ ସେହି ପରମ ଉପସ୍ଥିତି, ବର୍ଷାର  ଆଶିଷ ହୋଇ ଝରିଯିବା ଲାଗିଁ ପ୍ରଥିବି ପୃଷ୍ଟରେ।

(from Book of Hours- 1905)

Leave a Reply

Your email address will not be published. Required fields are marked *