ମୂଳ ବଙ୍ଗଳା – ଏକରାମ କବୀର ।। ଓଡିଆ ଅନୁବାଦ – ମୃଣାଳ
ଭରତପୁର ଗ୍ରାମର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ପରେ ଲୋକମାନେ ଭାବିଲେ, ଭଲ ହେଲା ଆଉଜଣକର ଖାଇବା ବଂଚିଗଲା । ଏକଥା ସେମାନେ ଭାବୁ ଭାବୁ ସାରା ଭରତପୁରରେ ହଜାର ହଜାର ଲାଉଡସ୍ପିକର ବାଜି ଉଠିଲା । ସେ ଲାଉଡସ୍ପିକରରୁ ଗୋଟିଏ କଣ୍ଠ ବାରମ୍ବାର ଶୁଣାଗଲା; ସେ କହୁଛି ମୁଁ ଅଛି ଆମେ ଅଛୁ ।
ଲୋକମାନେ ଭୟରେ ଚିତ୍କାର କରି ନିଜ କାନ ଚାପି ଧରିରଖିଲେ । କିନ୍ତ ସେ କଣ୍ଠଟି ସେମାନଙ୍କ ମସ୍ତିଷ୍କ ଭିତରେ ପ୍ରୋଥିତ ହୋଇ ରହିଗଲା । ସେମାନେ କିଛି କହିବାର ଚେଷ୍ଟା କଲେ କିନ୍ତୁ କାହାରି ପାଟିରୁ କିଛି କଥା ବାହାରିଲା ନାହିଁ । ଓଠ ହଲିଲା ନାହିଁ ।
ତେବେ ସମସ୍ତଙ୍କର ହାତ ଆପେ ଆପେ ଉଠିଗଲା କପାଳକୁ ।
ଲୋକମାନେ ସମସ୍ତେ ସାଲ୍ୟୁଟ କରି ନୀରବରେ ଠିଆହୋଇ ରହିଲେ ।

