ଇତାଲୋ କାଲଭିନୋ ଓ ଦି ବୁକସପ୍

ଇତାଲୋ କାଲଭିନୋଙ୍କ ୧୯୭୯ର ବହି ଇଫ୍ ଅନ୍ ଏ ୱିଣ୍ଟରସ୍ ନାଇଟ୍ ଏ ଟ୍ରାଭେଲର୍ ଗୋଟିଏ ଆକର୍ଷଣୀୟ ଉପନ୍ୟାସ।ଏହାର ପ୍ରଥମ ପରିଛେଦରେ ଗୋଟିଏ ଅଂଶ ଅଛି ଯେଉଁଠି ଗୋଟିଏ ଜନବହୁଳ ବହି ଦୋକାନରେ ଜଣେ ପଶିଗଲେ କେଉଁପରି ବହି ବ୍ୟବହାର କରିବା କଥା ତାହାର ପୂର୍ଣ୍ଣ ବିବରଣୀ  ଦିଆଯାଇଛି।

ଏହା ଯଦିଓ ଦୀର୍ଘଦିନ ତଳର ଲେଖା ତଥାପି ଏହା ଆମର ପଠନ ପ୍ରକ୍ରୀୟାକୁ ଅଧିକ ସହଜ ଆଉ ସ୍ଫଷ୍ଟତା ପ୍ରଦାନ କରିପାରିବ ବୋଲି ମୋର ଧାରଣା।ଆମେ କ’ଣ ଓ କାହିଁକି ସେଇ ବହିମାନକୁ ଖୋଜି ପଢିବା ତାହାର ଏଇ ଲେଖାଟି କହିବାକୁ ଗଲେ ଏକ ବିଶ୍ଳେଷଣଧର୍ମୀ ନିର୍ଦ୍ଦେଶିକା।

କାଲଭିନୋ ଲେଖିଛନ୍ତି :

ଯେଉଁ ବହି ତମେ ଏଯାଏଁ ପଢିନାହଁ ;

ଯେଉଁ ବହି ତମେ ପଢିବାର ଆବଶ୍ୟକତା ନାହିଁ;

ଯେଉଁ ବହିଗୁଡିକ ପଢିବା ବ୍ୟତୀତ ଅନ୍ୟ କାମ ପାଇଁ ଲିଖିତ;

ଯେଉଁ ବହିଗୁଡିକୁ ତମେ ବହିଟିକୁ ଖୋଲିବା ପୂର୍ବରୁ ପଢାହୋଇସାରିଥାଏ, କାରଣ ସେହି ବହିଗୁଡିକ ସାଧାରଣତଃ ଲେଖାଯିବା ପୂର୍ବରୁ ପଢାସରିଥିବା ଶ୍ରେଣୀର ଅଟନ୍ତି;

ଯେଉଁ ବହିଗୁଡିକୁ ଯଦି ତମର ଗୋଟିଏ ଜୀବନଠାରୁ ଅଧିକ ଜୀବନ ଥାଏ ତେବେ ନିଶ୍ଚୟ ପଢିବା ଉଚିତ୍,ମାତ୍ର ଦୁର୍ଭାଗ୍ୟର ବିଷୟ ତମର ସମୟ ସୀମୀତ;

ଯେଉଁ ବହିକୁ ତମେ ପଢିବା ଉଚିତ୍ ବୋଲି ଭାବିଛ ମାତ୍ର ସେମିତି ଅନେକେ ତମପରି ଅଛନ୍ତି,ତେବେ ତମର ତାହାକୁ ଆଗ ପଢିନେବା ବିଧେୟ;

ଯେଉଁ ବହିଗୁଡିକର ଦାମ ବର୍ତ୍ତମାନ ଖୁବ୍ ବେଶି ଅଛି, ଆଉ ତମେ ସେହି  ବହିର ଦାମକୁ ହ୍ରାସକରି ବଳକା ବହିକୁ ବିକାଯିବା ଯାଏଁ ଅପେକ୍ଷା କରିବ;

ଯେଉଁ ବହିର ପେପରବ୍ୟାକ୍ ସଂସ୍କରଣ ପାଇଁ ଅପେକ୍ଷା କରାଯିବା ଉଚିତ୍ ;

ଯେଉଁ ବହି ତମେ ଅନ୍ୟକାହାଠାରୁ ଦିନେ ମାଗି ଆଣିପାରିବ;

ଯେଉଁ ବହିକୁ ତମେ ଦୀର୍ଘଦିନ ଧରି ପଢିବାର କଳ୍ପନା କରିଛ;

ଯେଉଁ ବହିକୁ ତମେ ଦୀର୍ଘଦିନ ହେଲା ଖୋଜୁଛ ହେଲେ ଏଯାଏଁ ପାଇନାହଁ ;

ଯେଉଁ ବହି ଏମିତି ବିଷୟରେ ଲେଖା ଯାହା ଉପରେ ସଂପ୍ରତି ତମେ ପଢାପଢି କରୁଅଛ ;

ଯେଉଁ ବହି ତମ ପାଖରେ ରହିବା ଆବଶ୍ୟକ କାରଣ ତାହା ଦେଖିବାକୁ ହାଲଫେଶନ୍ ର ;

ଯେଉଁ ବହି ଏବେ ନୁହଁ ଖରାଛୁଟିରେ ପଢିବାକୁ ତମେ ଭାବୁଛ ;

ଯେଉଁ ବହି ତମର ବହିଥାକରେ ଥିବା ଅନ୍ୟାନ୍ୟ ବହି ସହିତ ଘଟଣ ଦିଶିବ;

ଯେଉଁ ବହି ତମକୁ ହଠାତ୍ ଏକ ବିସ୍ମୟରେ ଅଭିଭୂତ କରିଦେଲା ଯାହାର  କୌଣସି ସହଜ ସରଳ କାରଣ ନାହିଁ;

ଯେଉଁ ବହି ଢେର୍ ଆଗରୁ ପଢା ହୋଇଥିଲା ଯାହାକୁ ଏବେ ଆଉଥରେ ପଢିବା ଆବଶ୍ୟକ;

ଯେଉଁ ବହିଗୁଡିକୁ ତମେ ଅସଲରେ ପଢିଥିଲ ବୋଲି ଛଳନା କରିଆସିଛ ଏବେ ହେଉଛି ସମୟ ବାହାରକରି  ସେହି ବହିଗୁଡିକୁ ପଢିବସିବାକୁ;

ଯେଉଁ ବହିଗୁଡିକ ନୂଆ ଯାହାର ଲେଖକ ବା ଯାହାର ବିଷୟବସ୍ତୁ ତମକୁ ଆକର୍ଷଣ କରୁଛି;

ଯେଉଁ ବହିଗୁଡିକ ନୂଆ ମାତ୍ର ତାହାର ଲେଖକ କି ତାହାର ଯାହା ବିଷୟବସ୍ତୁ ତମକୁ କି ଅନ୍ୟମାନଙ୍କୁ ନୂଆ ନୁହଁ;

ଯେଉଁ ବହିଗୁଡିକ ନୂଆ ଯାହାର ଲେଖକ କି ବିଷୟବସ୍ତୁ ସଂପର୍କରେ ତମର ଧାରଣା ନାହି।

ଗୋଟିଏ ବହି ଦୋକାନରେ ଜଣେ କ୍ରେତା ହିସାବରେ ପ୍ରବେଶ କରିଥିବା ଜଣେ ପାଠକ ଉଦ୍ଦେଶ୍ୟରେ ଏଇ ନିର୍ଦ୍ଦେଶିକାଟି ଇତାଲୋ କାଲଭିନୋଙ୍କର।

କହିବା ବାହୁଲ୍ୟ ଇତାଲୋ କାଲଭିନୋ ଯେତେବେଳେ ଏହା ଲେଖିଥିଲେ ଅର୍ଥାତ୍ ୧୯୭୯ରେ ଇ-ବୁକ୍ କି ଇଣ୍ଟରନେଟ୍ ସୌଜନ୍ୟରୁ ଆନ୍ତର୍ଜାଲ୍ ର ସଫ୍ଟ କପି ଆମ ଆଗରେ ଉପଲବ୍ଧ ନଥିଲା।

ଆମେ ଯଦି ଆନ୍ତର୍ଜାଲକୁ ଏକ ବୃହତ ବହିଦୋକାନ ବୋଲି ଧରିନେବା ଆଉ “ଯେଉଁ ବହିଗୁଡିକ”ସ୍ଥାନରେ “ଯେଉଁ ଇ-ବୁକ୍ ଗୁଡିକ”ବୋଲି ପରିବର୍ତ୍ତନ କରି ଲେଖିଦେବା ତେବେ ବି  ଇତାଲୋ କାଲଭିନୋଙ୍କର  ଏଇ ନିର୍ଦ୍ଦେଶିକାଟି ଆଦୌ ଅପ୍ରାସଂଗିକ ହେବନାହିଁ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →