ଜୋସେଫ୍ : ବର୍ଣ୍ଣ ଇନ୍‌ ଗ୍ରେସ୍‌

ବନ୍ଧୁ ଜାକିର ଖାନ୍‌ଙ୍କ ହଠାତ୍ ଫୋନ୍ ପାଇଲି । ତିନିଟା କୋଡିଏରେ ସିନେପଲିସ୍ ଆସ । ‘ଜୋସେଫ୍’ ଦେଖିବା । ଜୋସେଫ୍ ବିଷୟରେ ଆଗରୁ ଜାଣିଥିଲି । ଚଣ୍ଡି ଭାଇ (ଚଣ୍ଡି ଦାସ ମିଶ୍ର ) ଯୋଶେଫ୍ ର ସବ୍ ଟାଇଟଲ୍ କରିଥିଲେ । ସେ କିଛି କଥା କହିଥିଲେ ସିନେମା ବିଷୟରେ । ପୁରୁଣା ବସଷ୍ଟାଣ୍ଡ ଖଟିରେ ଥରେ ସିନେମାର ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ଓରଫ୍ ଲୁଲୁ ଭାଇ ବି ସେ ସିନେମା ବିଷୟରେ କହିଥିଲେ । ପ୍ରାଇଭେଟ୍ ସ୍କ୍ରିନିଂ ପାଇଁ ବି କଥା ଉଠିଥିଲା । ଯା’ହେଉ ଜୋସେଫ୍ ରିଲିଜ୍ ହେଇଛି । ଭୁବନେଶ୍ବର ସିନେପଲିସ୍ ରେ ଖେଳୁଛି। 

ଜାକିର୍ କହିଥିଲେ ୩ ଟା ୨୦ରେ ସିନେମା ପଡିବ । ହେଲେ ମୋର ଧାରଣା କେମିତି ଗୋଟେ ହେଲା ୨ଟା ୨୦ ରେ । ଆମେ ତରତରରେ ପହଂଚିଲା ବେଳକୁ ଘଣ୍ଟାରେ ୨ଟା ୪୦ । ସିଧା ହଲ୍ ରେ ପଶି ସିଟରେ ବସିଗଲୁ । ଦଶ ମିନିଟ୍ ପରେ ଜାଣିଲି ଏ ଗୋଟେ ଅଲଗା ସିନେମା । ଟିକେଟ୍ ଦେଖିଲା ବେଳକୁ ଲେଖା ଅଛି ୩ ଟା ୨୦ । ତରତରରେ ଭୁଲ୍ ହେଇଯାଇଛି । ଲାଜରେ ବାହାରିଆସିଲା ପରେ ଯାହେଉ ବାହାରେ ବୁଲିଲୁ ।

ସିନେମା ୩ଟା ୨୦ରେ ଆରମ୍ଭ ହେଲା । ଜାକିର ସିନେମାର ଅନ୍ୟତମ  ସ୍କ୍ରିନ୍‌ ପ୍ଲେ ଓ ସଂଳାପ ଲେଖକ । ସିନେମା ସରିଲା ପରେ ଦେଖିଲି ହଲରେ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ଭାଇ ଓ ଜାକିର ମଧ୍ୟ ଉପସ୍ଥିତ ଅଛନ୍ତି । କିଟ୍ ରୁ କିଛି ଛାତ୍ରଛାତ୍ରୀ ମଧ୍ୟ ଆସିଥିଲେ । ସିନେମାଟି ଭଲ ହେଇଛି । ଭୃଦୃଶ୍ୟର ମନଲୋଭା ଆକର୍ଷଣ ସାରା ସିନେମାରେ ଆପଣଙ୍କୁ ବାନ୍ଧି ରଖିବ ।

ମଜାକଥା ହେଲା ସିନେମାରେ ଅଭିନୟ କରିଥିବା ଚିରିତ୍ରମାନେ ଅଣଓଡ଼ିଆ । କଥାବସ୍ତୁ ଅନୁସାରେ ସ୍ଥାନ ହେଉଛି ଡେରାଡୁନ୍ ଠାରୁ କିଛି ଦୂରରେ ଥିବା ଏକ ପାହାଡ଼ ଘେରା ସ୍ଥାନ । ଭାଷା ହିନ୍ଦୀ । କିନ୍ତୁ ସିନେମାଟି ଓଡ଼ିଆ ଗାଳ୍ପିକ ଉମାକାନ୍ତ ମହାପାତ୍ରଙ୍କର ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନେଇ ନିର୍ମାଣ କରାଯାଇଛି । ଓଡ଼ିଆ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ର ନିର୍ଦ୍ଦେଶନା ଦେଇଛନ୍ତି । ଓଡ଼ିଆ କଳା ନିର୍ଦ୍ଦେଶକ ସୁକାନ୍ତ ପାଣିଗ୍ରାହୀ କଳା ନିର୍ଦ୍ଦେଶନା ଦେଇଛନ୍ତି । ପଟ୍ଟକଥା ଓ ସଂଳାପ ଲେଖିଛନ୍ତି ଓଡ଼ିଆ କବି ଜାକୀର ଖାନ୍ । ଏମିତିକା ସିନେମା ହଲ୍ ରେ ବେଶି ଦିନ ରହିବନି । ତେଣୁ ଜଲଦି ଯାଇ ଦେଖି ନେବା ଉଚିତ । ଅନେକ ଦିନ ପରେ ଅଭିନେତା ଭିକ୍ଟର ବାନାର୍ଜୀଙ୍କୁ ଦେଖିଲି । ନିଜର ପରିଚୟ ଓ ଅସ୍ମିତା ଖୋଜୁଥିବା ନାୟକର ଏକ୍ଲାପଣ ଓ ବିସ୍ତୀର୍ଣ୍ଣ ଆଦିଗନ୍ତ ବିରାଟ ବିରାଟ ପାହାଡର ପାହାଡି ନୀରବତା ମୋତେ ପୁରା ସିନେମାରେ ବାନ୍ଧି ରଖିଲା ।ଆପଣଙ୍କୁ ବି ବାନ୍ଧି ରଖିବ । ବାନ୍ଧି ରଖିବାକୁ ଅନେକ କିଛି ଅଛି ସେଥିରେ I

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →