ରବିକଥା-୫ ।। ରବୀନ୍ଦ୍ରନାଥ ଓ ଯୁଦ୍ଧ



ରବୀନ୍ଦ୍ରନାଥ ଯୁଦ୍ଧ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରି ମାନବବାଦୀ ଦୃଷ୍ଟିକୋଣରୁ ଯୁଦ୍ଧକୁ ନିନ୍ଦା କରୁଥିଲେ। ତାଙ୍କର ଲେଖା ଓ ବକ୍ତବ୍ୟରେ ଯୁଦ୍ଧର ନିର୍ମମତା, ଅମାନବିକତା ଏବଂ ଧ୍ବଂସାତ୍ମକ ଦିଗଗୁଡ଼ିକ ସମ୍ପର୍କରେ ଅବଗତ କରାଇଥିଲେ। ନିମ୍ନରେ ତାଙ୍କର ଯୁଦ୍ଧ ବିଷୟକ କିଛି ଲେଖା ଓ ଭାବନାକୁ ଉଲ୍ଲେଖ କରାଗଲା।

ପ୍ରବନ୍ଧରେ ଯୁଦ୍ଧକଥା:
ରବୀନ୍ଦ୍ରନାଥ ‘ସଭ୍ୟତାର ସଙ୍କଟ'(୧୯୪୧) ପ୍ରବନ୍ଧରେ ଦ୍ବିତୀୟ ବିଶ୍ବଯୁଦ୍ଧର ପଟ୍ଟଭୂମିରେ ପାଶ୍ଚାତ୍ୟ ସଭ୍ୟତାର ସଙ୍କଟ ଏବଂ ତାଙ୍କର ଆକ୍ରମଣାତ୍ମକ ସ୍ବଭାବକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, -‘ଆଜି ମଣିଷର ଜୟଧ୍ବନି ନୁହେଁ, ସଭ୍ୟତାର ପରାଜୟର କରୁଣ ଧ୍ବନି ଚାରିଦିଗରୁ ଶୁଣି ପାରୁଛି। ସେ ମାନବିକ ମୂଲ୍ୟବୋଧର ଅବକ୍ଷୟ ଏବଂ ପ୍ରଯୁକ୍ତି ନିର୍ଭର ଯୁଦ୍ଧ ନୀତି ନେଇ ଉଦବିଘ୍ନ ଥିଲେ।

ବକ୍ତୃତାରେ ଯୁଦ୍ଧକଥା:
ରବୀନ୍ଦ୍ରନାଥ ସର୍ବଦା ଜାତୀୟତାବାଦ ଉପରେ ଗୁରୁତ୍ବ ଦେଇଆସିଛନ୍ତି। ଜାପାନ, ଚୀନ୍,ମାର୍କିନ ଓ ଯୁକ୍ତରାଷ୍ଟ୍ରରେ ପ୍ରଦତ୍ତ ବିଭିନ୍ନ ବକ୍ତୃତାମାଳାରେ ସେ କହିଛନ୍ତି – Nationalism is a great menace.
ସେ ପାଶ୍ଚାତ୍ୟ ଜାତୀୟତାବାଦର ଯୁଦ୍ଧପ୍ରବଣତା ଓ ତାର ଅଧୀନ ବ୍ୟକ୍ତି ମାନସର ଅବଦମନ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

କବିତା ଓ ଚିଠିପତ୍ରରେ ଯୁଦ୍ଧକଥା:
ରବୀନ୍ଦ୍ରନାଥଙ୍କ ଅନେକ କବିତାରେ ଯୁଦ୍ଧ ବିରୋଧୀ ବେଦନାବୋଧ ପ୍ରକାଶ ପାଇଛି। “ଆହ୍ବାନ” କବିତାରେ ସେ କହିଛନ୍ତି -“ହେ ମହାଜୀବନର ଯାତ୍ରୀ, ମୃତ୍ୟୁ ତୁମକୁ ନମି”। ଏଠାରେ ସେ ଯୁଦ୍ଧର ଧ୍ବଂସ ନୁହେଁ, ବରଂ ଜୀବନର ଆହ୍ବାନ କରିଛନ୍ତି।
ଏହାବ୍ୟତୀତ ତାଙ୍କର ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଲିଖିତ ବହୁ ଚିଠିପତ୍ରରେ ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି – “ସଭ୍ୟସମାଜ ମାଳବିକତାକୁ ବିସର୍ଜନ ଦେଇ ଧ୍ବଂସ ପଥରେ ଆଗେଇ ଯାଉଛି।

ଉପନ୍ୟାସରେ ଯୁଦ୍ଧ କଥା:
ରବୀନ୍ଦ୍ରନାଥଙ୍କ ରଚିତ “ଶେଷେର କବିତା” ଓ ଅନ୍ୟାନ୍ୟ ଉପନ୍ୟାସରେ ଯଦିଓ କେବଳ ଯୁଦ୍ଧ ନୁହେଁ, କିନ୍ତୁ ଚରିତ୍ରମାନଙ୍କର ଦାର୍ଶନିକ ଆଲୋଚନା ଓ ଆତ୍ମଜିଜ୍ଞାସାରେ ଯୁଦ୍ଧ ଓ ହିଂସ୍ରତା ବିରୋଧରେ ନରମ ଅଥଚ ଦୃଢ ବକ୍ତବ୍ୟ ଦେଖିବାକୁ ମିଳେ।

ଶେଷକଥା:
ରବୀନ୍ଦ୍ରନାଥ ଯୁଦ୍ଧକୁ ମାନବତାର ଅନ୍ୟ ଏକ ଭୟଙ୍କର ବିପଦ ଭାବରେ ଦେଖିଛନ୍ତି। ସେ ଚାହିଁଥିଲେ ଏକ ବୈଶ୍ବିକ ଚେତନା , ଯେଉଁଠାରେ ମଣିଷ ଜାତି, ଧର୍ମ ଓ ଭୌଗୋଳିକ ସୀମାରୁ ଊର୍ଦ୍ଧ୍ୱରେ ଯାଇ ଶାନ୍ତି ଓ ପ୍ରେମପୂର୍ଣ୍ଣ ସହାବସ୍ଥାନ କରିବା।


#ଶାନ୍ତିନିକେତନ

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →

Leave a Reply

Your email address will not be published. Required fields are marked *