କହିବେ
କହି ନ ପାରିଲେ କଟି ପକେଇ ରହିବେ-,ଘରେ,
ମଲା ହାତ, ରଙ୍ଗଦିଆ ହୃଦୟ, ହାଡ଼ୁଆ ନମସ୍କାର
ଦିଅନା ଖୁସିରେ
ମୁଁ ତ କବାଡିବାଲା ଜଣେ , ଶବ୍ଦ ମାତ୍ରା ଫଳାରେ ମୋ କାରବାର।
ପୁରୁଣା ପୋକଖିଆ ଫିମ୍ପିମରା ଅକାମୀ ଅଖାଡୁଆ
ଯେତେ ଯାହା ପଡ଼ିଚି କୋଉକାଳୁ
ମୁଁ ବିନା ଓଜନ ବିନା ଦର କଷାକଷିରେ ଉଠେଇବି ଟ୍ରଲିରେ
ଏଇ ମଲା ଚିତ୍ରଗୁଡ଼ା ତାନ୍ତ୍ରିକ, ପଡ଼ିଚନ୍ତି ତା ପାଲରେ !
ଦିନେ କାଂଦୁଥିବେ ଅଥଚ ଶବ୍ଦ ନଥିବ ପାଖରେ !
ଜୀବନ ଚାଲେନା, ସାଦାରେ କହିଲେ, ଠାରରେ।
ସବୁଠି ମଣିଷ ଏବେ ଯନ୍ତ୍ର ନାଇଁ ତ ଜାଲରେ।
ଆଖିଦୃଶିଆ ନୁହଁ କିଛି, ଦଦରମଦରା ବରଂ ଆଖିଜଳା କାମ ମୋର;
ଇଜ୍ଜତ ଥାଉନଥାଉ କରୁନି ତ ଚୋରୀ ଲୁଟ୍ ଠକେଇ
ରକ୍ତଝାଳବୁହା ଜୀବନ
ନିଃଶ୍ବାସରେ ଭରା ମୋର ଆମ୍ବ ନଡ଼ିଆ ତାଳ ଶାଳବନ
ନିଃଶବ୍ଦ ନିଥର ନୁହେଁ କି ନୁହେଁ ଅଚଳ ବିଜ୍ଞାପନ !
ମୋ ଜୀଇବା ବି ଜୀବିତମାନଙ୍କର ଧାରା ଉପଧାରା ଥିବା
ଗୋଟେ ପକେଟ ସଂବିଧାନ !
ଶବ୍ଦମାନେ କେମିତି ମରିଯାଉଚଂତି ଦେଖନ୍ତୁନା ଧୀରେଧୀରେ
ସମସ୍ତେ ଅଛନ୍ତି ଅନ୍-ଲାଇନରେ!
ଆତଙ୍କବାଦୀ ଚିତ୍ରମାନେ ମାରି ଚାଲିଚନ୍ତି ଶବ୍ଦମାନଙ୍କୁ
ବିନା କାରଣରେ !
କେତେ ବିକଳ ଦିଶୁଚି ମୁହଁ
ସେମାନେ ଯେମିତି କନସେଣ୍ଟ୍ରେସନ୍ କ୍ୟାମ୍ପରେ
ମୃତ୍ୟୁ ଅପେକ୍ଷାରେ !
ତାଲିକା ନାଇଁ ମୋ ପାଖରେ
ତଥାପି ବୁଲିବୁଲି କହୁଚି ଏ ଗଳି ଏ ଗାଆଁ ଏ ସହରୁ ସେ ସହର
ମୁଁ ଅଛି ଅଫ୍-ଲାଇନରେ !!
(ବି.ଦ୍ର- ଠାର ଚିତ୍ର=ଇମୋଜି)
ଚଳଭାଷ- ୭୯୭୮୮୫୮୦୯୧

