ରବୀନ୍ଦ୍ରନାଥ ଠାକୁରଙ୍କ ଜୀବନ ଓ ସାହିତ୍ୟ ଚର୍ଚ୍ଚାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା ପଦ୍ମାବୋଟରେ କଟିଥିବା ଜୀବନ। ସେ ୧୮୮୯ରୁ ୧୮୯୫ସାଲ୍ ଭିତରେ ପ୍ରାୟ ଛଅ ବର୍ଷ ପଦ୍ମାନଦୀରେ ନୌକାଭ୍ରମଣ କରିଥିଲେ, ଯାହା ତାଙ୍କର ସାହିତ୍ୟ ଚର୍ଚ୍ଚା ଓ ଦାର୍ଶନିକ ଭାବନାର ବିକାଶରେ ଗଭୀର ପ୍ରଭାବ ପକାଇଥିଲା।
ବୋଟ୍ ଜୀବନର କାରଣ ଓ ପ୍ରେକ୍ଷାପଟ୍ଟ:
୧୮୮୯ ସାଲରେ ରବୀନ୍ଦ୍ରନାଥଙ୍କ ପିତା ମହର୍ଷି ଦେବେନ୍ଦ୍ରନାଥ ଠାକୁର ତାଙ୍କୁ ପୂର୍ବବଙ୍ଗର (ଅଧୁନା ବାଂଲାଦେଶ)ର ଶିଆଲଦାହ, ଶାହଜାଦପୁର ଓ ପତିସରର ଜମିଦାରି ଦେଖାଶୁଣାର ଦାୟିତ୍ଵ ଦେଇଥିଲେ। ଜମିଦାରୀ ତଦାରଖା କରିବାକୁ ଯାଇ ସେ ଦୀର୍ଘ ସମୟ “ପଦ୍ମାବୋଟ୍”ରେ କରେଇଥିଲେ।
ପଦ୍ମାରେ ଭାସମାନ ଜୀବନ:
ରବୀନ୍ଦ୍ରନାଥ ମୂଳତଃ “ପଦ୍ମାବୋଟ୍” ନାମରେ ପରିଚିତ ଏକ ବିଶେଷ ନୌକାରେ ରହୁଥିଲେ, ଯାହା ଥିଲା ଏକ ଚଳମାନ ଘର ଭଳି। ନଦୀବୁକୁରେ ବସି ସେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ ଏବଂ ସ୍ଥାନୀୟ କୃଷକମାନଙ୍କ ଜୀବନର ଘନିଷ୍ଠ ଅଭିଜ୍ଞତା ସଂଗ୍ରହ କରୁଥିଲେ। ଏଥିରୁ ହିଁ ସେ ପ୍ରାୟତଃ କୃଷକମାନଙ୍କ ଜୀବନଯାତ୍ରା, ସୁଖ ଦୁଃଖ, ପ୍ରେମ-ଭଲ ପାଇବା ଓ ସାମାଜିକ ବ୍ୟବସ୍ଥାର ବାସ୍ତବ ଚିତ୍ର ପର୍ଯ୍ୟବେକ୍ଷଣ କରୁଥିଲେ।

ସାହିତ୍ୟରେ ବୋଟ ଜୀବନର ପ୍ରଭାବ:
ରବୀନ୍ଦ୍ରନାଥଙ୍କ ଅନେକ ବିଖ୍ୟାତ ସାହିତ୍ୟ ସୃଷ୍ଟି ଏଇ ସମୟରେ ରଚିତ ଓ ଏହି ସମୟରୁ ଅନୁପ୍ରାଣିତ। “ପୋଷ୍ଟମାଷ୍ଟର”, “ଦେଣାପାଉଣା”, “ସଂପଦ”, “ଦିଦି” ଆଦି ଅନେକ ଗଳ୍ପର ପୃଷ୍ଠଭୂମି ଏଇ ସମୟର ବଙ୍ଗଳା ଗ୍ରାମ। ଗୋରା, ଚୋଖେରବାଲି, , ଯୋଗାଯୋଗ ଆଦି ଉପନ୍ୟାସରେ ମଧ୍ୟ ବଙ୍ଗଳା ଗ୍ରାମର ପ୍ରଭାବ ରହିଛି। ସୋନାର ତରୀ, ନିର୍ଝରେର ସ୍ବପ୍ନଭଙ୍ଗ, ବଳାକା ପ୍ରଭୃତି କାବ୍ୟରେ ନଦୀ ଓ ପ୍ରକୃତିର ଅନୁରଣନ ସ୍ପଷ୍ଟ। ନାଟକ ଓ ପ୍ରବନ୍ଧ ରାଜା, ଦକ୍ଷିଣା, ରକ୍ତକରବୀ ଆଦି ନାଟକରେ ବି ଏହି ସମୟର ଅଭିଜ୍ଞତା ଦୃଷ୍ଟିଗୋଚର ହୁଏ।
ବୋଟ ଜୀବନର ଦାର୍ଶନିକ ପ୍ରଭାବ:
ରବୀନ୍ଦ୍ରନାଥଙ୍କ ମାନବବାଦୀ ଦର୍ଶନ ଗଢି ଉଠିବା ପଛରେ ଏଇ ସମୟର ଅଭିଜ୍ଞତା ବଢ ଭୂମିକା ଗ୍ରହଣ କରିଛି। କୃଷକମାନଙ୍କ ଠାରୁ ସେ ଜମିଦାରଙ୍କ ଅନ୍ୟାୟ ପୋଷଣ ବିଷୟଟି ଜାଣିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କର ସାମାଜିକ ଚିନ୍ତାଧାରାରେ ପ୍ରତିଫଳିତ ହୋଇଛି।ପ୍ରକୃତି ଓ ନଦୀ ସହିତ ଏକାତ୍ମ ହୋଇ ତାଙ୍କର ଵିଶ୍ବ ମାନବତା ପ୍ରତି ଆକୃଷ୍ଟ ବଢ଼ିଛି।
ଶେଷକଥା:
ପଦ୍ମାର ବୋଟ ଜୀବନ ରବୀନ୍ଦ୍ରନାଥଙ୍କ ସାହିତ୍ୟ, ସଂଗୀତ ଓ ଦର୍ଶନକୁ ଗଭୀର ଭାବରେ ସମୃଦ୍ଧ କରିଛି। ଏହା କେବଳ ତାଙ୍କର ଜମିଦାରୀ ଦେଖାଶୁଣାର ଗୋଟିଏ ଅଧ୍ୟାୟ ନଥିଲା, ବରଂ ପ୍ରକୃତି, ସମାଜ ଓ ସାଧାରଣ ମନୁଷ୍ୟ ସ଼ହ ତାଙ୍କର ଗରୀର ସମ୍ପର୍କ ଗଢିଉଠିବାରେ ଏକ ଅନନ୍ୟ ସମୟ ଥିଲା।