ମଣିଷ

ମୂଳ ହିନ୍ଦୀ : ଇସାକ ମହମ୍ମଦ || ଓଡ଼ିଆ ଅନୁବାଦ: ମୃଣାଳ

ସେ ନିଜକୁ ହିନ୍ଦୁ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଶିଖା ରଖିଲା ।

ମୁଁ ବି ନିଜକୁ ମୁସଲମାନ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଟୋପି ପିନ୍ଧି ପକେଇଲି।

ସେ ତା କପାଳରେ ବଡ଼ ଚିତା ଲଗେଇଲା ତ ମୁଁ ବି ଦାଢ଼ି ବଢ଼େଇଲି ।

ସେ ଗେରୁଆ ରଙ୍ଗକୁ ନିଜର ବୋଲି କହିଦେଲା ତ ମୁଁ ବି ସବୁଜ ରଙ୍ଗକୁ ନିଜର ବୋଲି କହିଦେଲି ।

ହେଲେ ସତ କଥାଟା ହେଲା ନା ସେ ଅସଲ ହିନ୍ଦୁ ହୋଇ ପାରିଲା, ନା ମୁଁ ସତ ମୁସଲମାନ ।

ସେ ଲୁଚି ଲୁଚି ହୋଟେଲରେ ମାଂସ ଖାଇବାକୁ ଲାଗିଲା, ମୁଁ ବି ଲୁଚି ଲୁଚି ମଦ ପିଇବାକୁ ଲାଗିଲି ।

ତା’ର ପୂଜା ଛଳନା ପରି ଲାଗିଲା ତ ମୋ ନମାଜ ବି ଥିଲା ଦେଖାଣିଆ ।

ଆମେ ଦୁହେଁ ହିନ୍ଦୁ ମୁସଲମାନ ଦିଶିବାର ପ୍ରତିଯୋଗିତା କରୁଥିଲୁ,
ଆମେ କେବେ ମଣିଷ ହେବାର ଚେଷ୍ଟା ବି କେବେ କଲୁନି।