କବିତା – ଖାସ୍ ତୁମର ଲାଗି

ବୈଶାଖ୍ ମାସର୍ ତତ୍‌ଲା ଝାଞ୍ଜି ପବନ୍ ଥି

ଉଡୁଥିବାର୍  ଧୁଇଲ୍ ଫାକି ଗଲା ଊତାରୁ

ଦେଖ୍‌ବ ଜଣେ ଲଢ଼ୁଥିବା , ନିଡର , ନିସଂକୋଚ୍ ହେଇ

ସମାଜ୍ ସାଂଗେ , ନିଜର୍ ସାଂଗେ

ଖାସ୍ ତୁମର୍ ଲାଗି  !

କଳାବାଦଲ୍ , ଘଡ଼୍ ଘଡ଼ି ଚଡ଼କ୍

ଅଛ୍‌ରା ଅଛ୍‌ରା ପାଏନ୍ ବର୍‌ଷି କରି

ଥମିଲ୍ ହେଲା ଊତାରୁ …ଦେଖ୍‌ବ

ଜଣେ କାନ୍ଦୁଥିବା ତୁମର୍ ସୁରୁତା ନ ମ‌ଉନ୍ ହେଇ

ଖାସ୍ ତୁମର୍ ଲାଗି  !

ହାଡ଼୍‌ଭଙ୍ଗା ଶୀତର୍ କନ୍ କନି ଆର୍ 

ଧୁନ୍ଦୁଲା କୁହୁଡିର୍ ମାୟାଜାଲ୍ ଭିତ୍‌ରେ

ଦେଖ୍‌ବ ଜଣେ ଟାକି ଥିବା କଅଁଲି ଖରା କେ

ସବୁ ଭେଦଭାବ୍ ଆର୍ ରାଗ୍‌ରିଶା କେ ପାସ୍‌ରି

ତୁମର୍ ମୁଁହୁଁ ଟିକେ ଦେଖବାର୍ ଲାଗି

ଠାଡ ହେଇଥିବା ଖାସ୍ ତୁମର ଲାଗି !

ଗଛର୍ ପତର୍ ସବୁ ଝଡି ଥୁଟା ହେଇ ଯିବା

ଡଙ୍ଗରର୍ ଛାତି ନ ଜୁଏ ଲାଗବା ଆର୍

ସବୁ ଜଳିପୁଡ଼ି ଖାର୍ ହେଇଗଲା ଉତାରୁ

ଦେଖବ ଜଣେ କୁହୁଲି କୁହୁଲି ଜଳି ଖାର୍

ହେଇ ଯାଉଥିବା ହେ ଭିତରେ … ହଁ

ଖାସ୍ ତୁମର ଲାଗି !

ଫେର ଫଗୁନ୍ ଆସ୍‌ବା କଅଁଲିବା

ନୂଆ ପତର୍ ,‌ ନୂଆ ଫୁଲ୍

କୁଇଲି କୁହୁକୁହୁ ଗାଉଥିବା ଆର୍

ବହୁଥିବା ବଉଳିଆ ପବନ୍

ଆର୍ ତୁମର ଚାଲ୍‌ତି ବାଟେ ପଡ଼ିରହିଥିବା

ଝଡିଗଲା ରଂଗ ବେରଂଗିର୍  ଫୁଲ୍

ଦେଖ୍‌ବ ହେ ଫୁଲ୍‌ର୍‌ ଭିତରେ

ଜଣେ ଚୁଁମୁ ଥିବା ତୁମର୍ ଲାଲ୍‌ହିଆ

ଅଲ୍‌ତା ଲଗା ଗୁରିଆ ପାହା ଦୁଇଟା କେ ।

ହେଟା ମୁଇଁ ଆଏ ।

ସବୁ ରିତୁ ସବୁ ମାସ ଆର୍ ଯୁଗ ଯୁଗ ତକ୍

ଦେଖବ ଜଣେ ତାକିଥିବା …

କେତେବେଳେ ପଠା ମାଏଟ ମୁଠେ ହେଇ

ତୁମର ଶୀତଳ ପାଏଁନ ବୁନ୍ଦା କେ ତ

କେତେ ବେଳେ ଭୂର୍ ଭୁରିଆ ମହକ ହେଇ

ମହକୁ ଥିବା ଇ ପୁରଥି ର ଚାରହି ଖୁତି

ଖାସ୍ ଖାସ୍ ତୁମର ଲାଗି !

ହେଟା ମୁଇଁ ଆଏ ।

ଶ୍ରୀପାଳ ପଣ୍ଡା
ସାଲେପାଲି, ଦେଓଗାଁ, ବଲାଙ୍ଗୀର
ମୋ-୯୫୫୬୪୨୪୩୩୬