ମୂଳ ଲେଖା : ଇୟୋନ ଫସସେ || ଅନୁବାଦ : ଜ୍ୟୋତି ନନ୍ଦ
ଚରିତ୍ର:
ଜଣେ ମହିଳା
ଜଣେ ପୁରୁଷ
ଓ
ଆଉ ଜଣେ ମହିଳା
[ ଅନ୍ଧାର। ଆଲୁଅ ହେଉଛି। ଜଣେ ମହିଳା ଛିଡା ହୋଇଛି, ତଳକୁ ଦେଖୁଛି । ଲମ୍ବା ପଜ୍। ଜଣେ ମହିଳା ଉପରକୁ ଦେଖେ, ଜଣେ ପୁରୁଷ ଆଡକୁ ଚାହେଁ ।]
ଜଣେ ମହିଳା :
ହେଲେ ଦେଖ
ଉତ୍ତମ
ହଁ ସେଇଠି
ହଁ ଯେଉଁଠି ମୁଁ
(ଗୋଟିଏ ଛୋଟ ପଜ୍)
ମୁଁ ମୁକୁଳିବାକୁ ଚାହିଁଥିଲି
(ଗୋଟିଏ ଛୋଟ ପଜ୍)
ମୁଁ ଚାରିଆଡକୁ ଯିବାପାଇଁ ଚାହିଁ ନଥିଲି
ସବୁ ଏପରି ବନ୍ଧା ଯାଇଛି ଯେ ତା ସହିତ
ଯେ ମୁଁ ପଶିଯାଇଥିଲି
(ଗୋଟିଏ ଛୋଟ ପଜ୍)
ଆଉ ନିଶ୍ଚିତ ଭାବରେ ସେ ମୁଁ ଥିଲା
ହଁ ଏତିକି କମ୍ ବୟସର
ହଁ ମୋତେ ଯେତେବେଳେ ବନ୍ଧା ଯାଉଥିଲା
ହଁ ଯେତେବେଳେ ମୁଁ ପଶିଯାଉଥିଲି
(ଗୋଟିଏ ଛୋଟ ପଜ୍)
ହଁ ସେଇ ବନ୍ଧନ ଗୁଡିକ
(ଗୋଟିଏ ଛୋଟ ପଜ୍)
ହଁ ସେଇ ବନ୍ଧନ ଗୁଡିକ
ତମେ ବେଶ୍ ଭଲ ଭାବରେ ଜାଣିଛ
ଜଣେ ପୁରୁଷ :
ହଁ
ଜଣେ ମହିଳା :
ଆଉ ମୁଁ ଚାହୁଁଥିଲି ତିଆରି କରିବାକୁ
ହଁ ମୋର ନିଜର ସବୁତକ ବନ୍ଧନ
(ଗୋଟିଏ ଛୋଟ ପଜ୍)
ମୁଁ ଚାହୁଁଥିଲି
(ଚୁପ୍ )
ଜଣେ ପୁରୁଷ:
ହେଲେ ତମେ ତ ଏଇଲେ ମୁକ୍ତ
ଜଣେ ମହିଳା:
ହଁ ମୁଁ ସେମିତି ହୁଏତ
ଜଣେ ପୁରୁଷ:
ଆଉ ତମେ ଏଇଲେ ମୁକ୍ତ ହେବାକୁ ଚାହୁଁନାହଁ
ଜଣେ ମହିଳା:
ନା ମୁଁ ମୁକ୍ତ ହେବାକୁ ଚାହେଁନାହିଁ
ଜଣେ ପୁରୁଷ:
କାହିଁକି ତମେ ମୁକ୍ତ ହେବାକୁ ଚାହୁଁନ
ଜଣେ ମହିଳା:
କାରଣ ତାହାପରେ ଜଣେ
ବନ୍ଧା ହେଉଥିବ
ବନ୍ଧା ହେଉଥିବ ଆଉ ବନ୍ଧା ହେଉଥିବ
କେବଳ ହିଁ ସ୍ୱୟଂ ନିଜ ଦ୍ୱାରା
ଜଣେ ପୁରୁଷ:
ହଁ
ଜଣେ ମହିଳା:
ଆଉ ସେଇ ନାରୀଜଣକ ଯିଏ ବନ୍ଧା ହୁଏ
ସ୍ୱୟଂ ନିଜ ଦ୍ୱାରା ନିଜ ସହିତ
ସେ
(ଚୁପ୍,ଗୋଟିଏ ଛୋଟ ପଜ୍)
ଜଣେ ପୁରୁଷ:
ଏକାକିନୀ
ଜଣେ ମହିଳା:
ନା
ହଁ
(ପଜ୍)
ଜଣେ ପୁରୁଷ :
ହେଲେ ଅନ୍ୟମାନେ ସେମାନେ ତ ସେଇଠି ଅଛନ୍ତି
ହଁ ସେମାନେ ସବୁଆଡେ ବ୍ୟାପ୍ତ
ଏକେଲା ହେବା ସମ୍ଭବପର ନୁହଁ
କାରଣ ଅନ୍ୟମାନେ ସବୁ
ସେମାନେ ସେଇଠି ଅଛନ୍ତି
ଜଣେ ମହିଳା:
ହଁ
ହଁ କଥାଟି ସେପରି
(ଗୋଟିଏ ଛୋଟ ପଜ୍)
କିନ୍ତୁ ଅନ୍ୟମାନଙ୍କ ସହ ସଂପର୍କକୁ ଦେଖିଲେ
ଜଣେ ଆଦୌ ମୁକ୍ତ ହୋଇ ପାରିବ ନାହିଁ
(ଗୋଟିଏ ଛୋଟ ପଜ୍)
ଆଉ ତାହାପରେ ସେଇଠି ମୋ ପିଲାଏ
ଜଣେ ପୁରୁଷ:
ତମର ପିଲାଏ
(ଗୋଟିଏ ଛୋଟ ପଜ୍)
ହଁ ତମର ପିଲାଏ
ନିଶ୍ଚିତ ଭାବରେ
ହଁ
ହଁ ପିଲା ତ ନିଶ୍ଚିତ ବନ୍ଧନ ନୁହଁ
ହଁ ନିଶ୍ଚିତ ନିଶ୍ଚିତ
ଜଣେ ମହିଳା:
ହଁ
ଜଣେ ପୁରୁଷ:
ଆଉ ତମେ ମୁକ୍ତ ହେବାକୁ ଚାହଁ
(ଛୋଟ ପଜ୍)
ବନ୍ଧା ହୋଇ ରହିବ ନାହିଁ
ହଁ
ହଁ ଏପରି
(ଚୁପ୍)
ଜଣେ ମହିଳା:
ହଁ
(ପଜ୍)
ଜଣେ ପୁରୁଷ :
ଆଉ ଏବେ ତମେ ତ ମୁକ୍ତ
ଜଣେ ମହିଳା:
ହଁ
(ପଜ୍)
ଜଣେ ପୁରୁଷ:
ଆଉ ଏବେ ତମେ ମୁକ୍ତ ହେବାକୁ ଚାହୁଁନାହଁ
ଜଣେ ମହିଳା:
ନା
(ପଜ୍)
ଅଥବା ହଁ
ଜଣେ ପୁରୁଷ:
ହଁ ତମେ ସେମିତି ହୋଇ ପାରିବ
(ଗୋଟିଏ ଛୋଟ ପଜ୍)
ହଁ ପ୍ରେମିକ
ହଁ
ହଁ
ହଁ ତେମେ ଯାହା ସହିତ ଚାହିଁବ ତା’ ସହ
ଜଣେ ମହିଳା:
ହଁ
ଜଣେ ପୁରୁଷ:
ଏହା ସହିତ କି ଅନ୍ୟ କାହା ସହିତ
ଜଣେ ମହିଳା:
ହଁ
ଜଣେ ପୁରୁଷ:
ଯାହା ସହିତ ଚାହିଁବ ତା’ସହିତ ଶେଜକୁ
ଜଣେ ମହିଳା:
ହଁ
ଜଣେ ପୁରୁଷ:
ତମେ ଏବେ ସ୍ୱାଧୀନ
ଜଣେ ମହିଳା:
ହଁ
(ପଜ୍)
କିନ୍ତୁ ମୁଁ
(ଚୁପ୍)
ଜଣେ ପୁରୁଷ:
ତମେ କ’ଣ ସ୍ୱାଧୀନ ହେବାକୁ ଚାହୁଁନ
ଜଣେ ମହିଳା:
ହଁ
ଜଣେ ପୁରୁଷ :
ଏଇଟି କ’ଣ ଠିକ୍ ସେମିତି ନୁହଁ ଯାହା ତମେ ଭାବିଥିଲ
ସ୍ୱାଧୀନ ହେବାକୁ
ଜଣେ ମହିଳା :
ନା
(ପଜ୍)
ଜଣେ ପୁରୁଷ:
ସ୍ୱାଧୀନତା ଗୋଟିଏ ଭଲ ପଦାର୍ଥ ନୁହଁ
ଜଣେ ମହିଳା:
ନା
(ଗୋଟିଏ ଛୋଟିଆ ପଜ୍)
ମାତ୍ର ଏଇଟି ଏକ ପରିସ୍ଥିତି
ଜଣେ ପୁରୁଷ:
ଏହା ଏକ ପରିସ୍ଥିତି
(ଛୋଟ ପଜ୍)
ହଁ ମୃତ୍ୟୁ ଭଳି
(ଛୋଟ ପଜ୍)
ଏକେଲା ରହିବା ଭଳି
ଜଣେ ମହିଳା:
ହଁ
ଜଣେ ପୁରୁଷ:
ମାତ୍ର ଏହା ଭଲ ନୁହଁ
(ଛୋଟ ପଜ୍)
ହଁ ଜଣେ ଏହାକୁ ଚେଷ୍ଟା କରେ ନାହିଁ
ସମସ୍ତେ କରନ୍ତି
(ସାମାନ୍ୟ ହସ)
ହଁ ପାଖାପାଖି ସମସ୍ତେ
ସ୍ୱାଧୀନତାଠାରୁ ଦୂରେଇ ଯିବାକୁ
ଚିରସ୍ଥାୟୀ ସଂପର୍କ
(ସାମାନ୍ୟ ହସ)
କୁକୁର ରଖିବା ଭଳି
ଗୋଟିଏ ସ୍ଥାୟୀ ବସବାସର ଠିକଣା
ନିୟମିତ ଆୟ
ଗୋଟିଏ ସ୍ଥାୟୀ ନୌକରୀ
(ଛୋଟ ପଜ୍)
ହଁ ପିଲାଏ
ଜଣେ ମହିଳା :
ସ୍ୱାଧୀନତା ବି ଗୋଟିଏ ଭଲ କଥା
(ଛୋଟ ପଜ୍)
ତମେ ଯଦି ଭିତରୁ ବନ୍ଦ ହୋଇ ଥିବ
(ଛୋଟ ପଜ୍)
ହଁ ତାହାପରେ ତମେ ଚାହିଁବ ସେଠିକୁ ଯିବାକୁ ଯେଉଁଠିକୁ ତମ ମନ କହିବ
ତାହା ଛଡା ତମେ ଆଉ କିଛି ଚାହିଁବ ନାହିଁ
ଜଣେ ପୁରୁଷ:
ହେଲେ ତାହା ଛଡା ଆଉ କିଛି ରହିଛି
ଜଣେ ମହିଳା :
ନା
ଜଣେ ପୁରୁଷ:
ଆଉ ଜଣେ ବ୍ୟକ୍ତିବିଶେଷ
ଅନ୍ୟ ଲୋକ
ଘରଟି କ’ଣ ନୁହଁ ଜଣେ ଯେଉଁଠି
ଭିତରେ ବନ୍ଦ ଅଛି
ଜଣେ ମହିଳା :
ସେମାନେ କ’ଣ ନୁହଁନ୍ତି
ଜଣେ ପୁରୁଷ:
ନା
ଜଣେ ମହିଳା:
କଦାପି ନୁହଁ
ଜଣେ ପୁରୁଷ :
କଦାପି ନୁହଁ
(ପଜ୍)
ଜଣେ ମହିଳା :
ମାତ୍ର
(ପଜ୍)
ଏବେ
ହଁ ଏବେ ମୁଁ ମୁକ୍ତ ହେବାକୁ ଚେଷ୍ଟା କରୁଥିଲି
ଆଉ ଏବେ
ହଁ ଏବେ ମୁଁ ନିଜକୁ ବାନ୍ଧିବାକୁ ଚାହିଁବି
(ଛୋଟିଆ ପଜ୍)
ହଁ ତାହା ହେଉଛି ଯାହାକୁ କୁହାଯାଏ
ନିଜକୁ ନିଜେ ବାନ୍ଧିବା
ଜଣେ ପୁରୁଷ:
ହଁ
ଜଣେ ମହିଳା :
ତମକୁ
ପିଲାମାନଙ୍କୁ
ଜଣେ ପୁରୁଷ :
ତେଣେ ତମେ ସେଇକଥା ଚାହୁଁଚ
ଜଣେ ମହିଳା :
ହଁ
(ଛୋଟ ପଜ୍)
ହଁ ମୁଁ ପଶ୍ଚାତାପ କରୁଛି
ଅଥବା
(ଗୋଟିଏ ଛୋଟିଆ ପଜ୍)
ହଁ ମୁଁ ଏହାକୁ ପଶ୍ଚାତାପ କରୁଛି
ମୋର ଯିବାର ନଥିଲା
ମୋର ଏଇଟା ଭୁଲ୍
ମୋର ଏମିତି କରିବାର ନଥିଲା
ଜଣେ ପୁରୁଷ:
ଆଉ ଏଇଲେ ତମେ ଫେରି ଯିବାକୁ ଚାହୁଁଚ
ଜଣେ ମହିଳା:
ହଁ
(ପଜ୍)
ଜଣେ ପୁରୁଷ,:
ମାତ୍ର ଏହା ସମ୍ଭବ ନୁହଁ
ଜଣେ ମହିଳା :
ସମ୍ଭବ ନୁହଁ
ଜଣେ ପୁରୁଷ:
ନା ଏହା ସମ୍ଭବ ନୁହଁ
ଜଣେ ମହିଳା :
କାହିଁକି ନୁହଁ
ଜଣେ ପୁରୁଷ :
ନା
ଜଣେ ମହିଳା:
କିନ୍ତୁ ତମେ କ’ଣ ଭୁଲି ପାରିବ ନାହିଁ
ଜଣେ ପୁରୁଷ :
ହଁ
(ଛୋଟିଆ ପଜ୍)
ହଁ ମୋର କୌଣସି ଅସୁବିଧା ନାହିଁ
(ପଜ୍)
ଏହା ଠିକ୍ ଏଇପରି
ଆଉ ଅନ୍ୟକୁ ଦେଖିବା ବେଳେ
ଠିକ୍ ନିଜକୁ ଦେଖିବା ଭଳି
ଜଣେ ମହିଳା :
(ମଝିରେ ବାଧା ଦେଇ)
ହଁ
ଜଣେ ପୁରୁଷ :
(କହି ଚାଲୁଥାଏ)
ହଁ ଏହା ଯେପରି ନିଜକୁ
ହଁ ସେଇ ଆର ଜଣକ
(ଛୋଟିଆ ପଜ୍)
ହଁ ତାହାର ସ୍ୱାଧୀନତା ରହିଛି
ଉଭୟଙ୍କ ଭିତରେ ଅଭିଶପ୍ତ ସର୍ତ୍ତ ଭଳି
ଜଣେ ମହିଳା:
ଅଭିଶପ୍ତ ସର୍ତ୍ତ
ଜଣେ ପୁରୁଷ :
ହଁ
ଜଣେ ମହିଳା :
ଜଣେ ମଣିଷ କେଉଁପରି ହେବ
ବିନା ସ୍ୱାଧୀନତାରେ
ଜଣେ ପୁରୁଷ :
ଜଣେ ମଣିଷଷ କେଉଁ ଭଳି ହେବ
ବିନା ମରଣରେ
ଜଣେ ମହିଳା :
ଜଣେ ମଣିଷ କେଉଁ ଭଳି ହେବ
ବିନା ଏକେଲାପଣରେ
ଜଣେ ପୁରୁଷ:
ହଁ
(ପଜ୍)
ଜଣେ ମହିଳା:
ଜଣେ ମଣିଷ ସ୍ୱାଧୀନତା ବିନା
ହେଉଛି
(ଗୋଟିଏ ଛୋଟିଆ ପଜ୍)
ହଁ ଗୋଟିଏ ପଥର
ଗୋଟିଏ ଗଛ
(ପଜ୍)
ନା ଏଇଟା ବୋଧେ ଠିକ୍ କୁହା ହୋଇନି
(ଗୋଟିଏ ଛୋଟ ପଜ୍)
କିନ୍ତୁ ଗୋଟିଏ ମଣିଷ
ବିନା ସ୍ୱାଧୀନତା ରେ
ଗୋଟିଏ ମଣିଷ ନୁହଁ
ଜଣେ ପୁରୁଷ:
ହଁ
(ପଜ୍)
ହଁ ତାହା ହେଉଛି ଆତ୍ମାର ସର୍ତ୍ତ
(ଗୋଟିଏ ଲମ୍ବା ପଜ୍)
ଜଣେ ମହିଳା:
ମାତ୍ର ମୁଁ ମିସ୍ କରେ
(ଅଟକି ଯାଏ )
ଜଣେ ପୁରୁଷ :
ତମେ ମିସ୍ କର
ଜଣେ ମହିଳା :
ହଁ
ଜଣେ ପୁରୁଷ :
କାହାକୁ ମିସ୍ କର
ଜଣେ ମହିଳା:
ତମକୁ
ଜଣେ ପୁରୁଷ:
ମୋତେ ମିସ୍ କରୁଛ
(ଗୋଟିଏ ଛୋଟିଏ ପଜ୍)
ମାତ୍ର ହେଉଛି ସିଏ ଯାହାକୁ ଏକଦା
ତମେ ସହି ପାରୁନଥିଲ
ଯଦି ମୁଁ ତମର ପାଖାପାଖି ହେଉଥିଲି
(ଗୋଟିଏ ଛୋଟିଆ ପଜ୍)
ମୁଁ ସେଇଠି ଥିଲି
ହଁ ଯେମିତି ଗୋଟିଏ ଫାଶ
(ପଜ୍)
ହଁ ଗୋଟିଏ ବାଧକ ଭଳି
(ପଜ୍)
ଯେମିତି ମୁଁ ଥିଲି
ଗୋଟିଏ ରୁମ୍
ଯେଉଁଠି ତମକୁ କିଳିଦେଇ ରଖାଯାଇଛି
ସେହି ମହିଳା :
ନା
(ଗୋଟିଏ ଛୋଟିଆ ପଜ୍)
ନା ଏହା ସେପରି ନଥିଲା
ଜଣେ ପୁରୁଷ:
ତମେ ବୁଲିଯିବାକୁ ଚାହୁଁଥିଲ
ଅନ୍ୟମାନଙ୍କୁ ସାକ୍ଷାତ କରିଥାନ୍ତ
ସେମାନଙ୍କର ଅନ୍ତରଙ୍ଗ ହୋଇଥାନ୍ତ
(ପଜ୍)
ଏହା ହେଉଛି ସେଇ କଥା
ଯାହାକୁ ତମେ ସ୍ୱାଧୀନତା କହୁଥିଲ
ଜଣେ ମହିଳା :
ହଁ
ହଁ ହୁଏତ
ଜଣେ ପୁରୁଷ :
ମାତ୍ର ତମେ ଯଦି ଅତି ଅନ୍ତରଂଗ ହୋଇଯାଅ
(ପଜ୍)
ହଁ ତାହାପରେ କ’ଣ
ଜଣେ ମହିଳା:
ମୁଁ କ’ଣ ତମର ଏତେ ଅନ୍ତରଂଗ ହୋଇଥିଲି
ଜଣେ ପୁରୁଷ:
ମୁଁ କେମିତି ଜାଣିବି
ଜଣେ ମହିଳା :
ଆଉ ସେଇ ଯାତ୍ରା
ଜଣେ ପୁରୁଷ :
ଯାତ୍ରାର ବାଧକ ପାଲଟିଗଲା
ଯାତ୍ରାର ଫାଶ
ବୁଲିଯିବା
ହେଉଛି ଯାତ୍ରାର ବଡ ବାଧକ
ସବୁଠାରୁ
ଜଣେ ମହିଳା:
ହଁ
(ପଜ୍)
ହେଲେ
(ପଜ୍)
ମୁଁ ଫେରି ପାରିବି ନାହିଁ
ତମ ପାଖକୁ
ପିଲାମାନଙ୍କ ପାଖକୁ
(ପୁରୁଷ ମୁଣ୍ଡ ହଲାଏ )
ହେଲେ କାହିଁକି ନୁହଁ
ଜଣେ ପୁରୁଷ:
କାରଣ ତମେ ସ୍ୱାଧୀନ
ଜଣେ ମହିଳା:
ମାତ୍ର ମୁଁ ସ୍ୱାଧୀନ ହେବାକୁ ଚାହେଁନା
ଜଣେ ପୁରୁଷ:
କିନ୍ତୁ ତମେ ସ୍ୱାଧୀନ
ଜଣେ ମହିଳା:
ତମେ କ’ଣ ନୁହଁ
ଜଣେ ପୁରୁଷ :
ନା
(ଲମ୍ବା ପଜ୍ । ପାଦଶବ୍ଦ ଶୁଭେ । ଦ୍ୱିତୀୟ ମହିଳା ପ୍ରବେଶ କରେ ।)
ଜଣେ ପୁରୁଷ (ଦ୍ୱିତୀୟ ମହିଳାକୁ ):
ହଁ
ହଁ ତମକୁ ” ହାଲୋ” କହିବାକୁ ହେବ
ହଁ ସେ ମୋର ପ୍ରଥମ ପତ୍ନୀ
( ଜଣେ ମହିଳା ଆଉ ଦ୍ୱିତୀୟ ମହିଳା ପରସ୍ପରର କରମର୍ଦ୍ଦନ କରନ୍ତି।)
ମୁଁ ଭାବୁନାହିଁ ତମେ ଦିଜଣ ପରସ୍ପରକୁ ଆଗରୁ କେବେ ଭେଟଥିଲ
ଜଣେ ମହିଳା:
ନା
ଦ୍ୱିତୀୟ ମହିଳା :
ନା କେବେ ନୁହଁ
(ପଜ୍)
ଜଣେ ମହିଳା:
(ଦ୍ୱିତୀୟ ମହିଳାକୁ)
ହଁ ମୁଁ କେବଳ ଚାହୁଁଥିଲି
ମୁଁ
(ଛୋଟିଆ ପଜ୍)
ହାଲୋ କହିବି
ହଁ
ଦ୍ୱିତୀୟ ମହିଳା :
ହଁ
(ପଜ୍)
ତମେ ପୁରୁଣା ଅଂଶରେ ଏବେ ରହିଛ
ହଁ
ଜଣେ ମହିଳା:
ହଁ
(ସଂକ୍ଷିପ୍ତ ହସ)
ତମେ ଏପରି କହିପାରିବ
(ପଜ୍)
ଦ୍ୱିତୀୟ ମହିଳା :
ହଁ
(ପଜ୍)
ଜଣେ ମହିଳା (ଜଣେ ପୁରୁଷକୁ):
ହଁ ଭାରି ଭଲ ଲାଗିଲା
ତମ ସହିତ ଆଉ ଥରେ କଥାବାର୍ତ୍ତା
ଜଣେ ପୁରୁଷ :
ହଁ
ଭାରି ଭଲ ଲାଗିଲା
ଜଣେ ମହିଳା :
ମାତ୍ର ମୁଁ ଭାବୁଛି ଏଥର ମୁଁ ଯାଏ
(ପଜ୍)
ଦ୍ୱିତୀୟ ମହିଳା :
ତମ ସହିତ ଦେଖା ହୋଇ ଭାରି ଭଲ ଲାଗିଲା
(ପଜ୍।ଜଣେ ମହିଳା ଚାଲିଯାଏ। ଲମ୍ବା ପଜ୍)
ସେ ଚାହୁଁଥିଲା କ’ଣ
ଜଣେ ପୁରୁଷ :
କେବଳ ” ହାଲୋ ” କହିବ
ଦ୍ୱିତୀୟ ମହିଳା :
ସେ ଖାଲି ଏମିତି ଆସଥିଲା
ଜଣେ ପୁରୁଷ :
ହଁ
(ଗୋଟିଏ ଛୋଟିଆ ପଜ୍)
ହଁ କବାଟରେ ଆଗ ଗୋଟିଏ ଆଘାତ
ସେ ସେଇଠି ଛିଡା ହୋଇଥିଲା
ସେ କେବଳ ସେଇଠି ଛିଡା ହୋଇଥିଲା
ଦ୍ୱିତୀୟ ମହିଳା :
ହଁ
(ଗୋଟିଏ ଛୋଟିଆ ପଜ୍)
ଆଉ ସେ ଚାହୁଁ ନଥିଲା
ହଁ କୌଣସି ନିର୍ଦ୍ଦିଷ୍ଟ କିଛି
ଜଣେ ପୁରୁଷ:
ନା
(ପଜ୍)
ଦ୍ୱିତୀୟ ମହିଳା :
ସତ କହୁଚ
ଜଣେ ପୁରୁଷ :
ହଁ
[ଲମ୍ବା ପଜ୍ ।ଆଲୋକ ନିର୍ବାପିତ।ଅଂଧକାର]
°°°°°
ଚଳିତ ବର୍ଷ ଅର୍ଥାତ୍ ୨୦୨୩ ର ସାହିତ୍ୟରେ ନୋବେଲ୍ ପୁରସ୍କାରର ପ୍ରାପକ ଇୟୋନ ଫସସେ ଙ୍କର ପରିଚିତି ମୁଖ୍ୟତଃ ଜଣେ ନାଟକକାର ହିସାବରେ ରହିଅଛି ।
ସମକାଳର ବେକେଟ୍ ବୋଲି କୁହାଯାଉଥିବା ଫୋସସେ ଙ୍କର ଗୋଟିଏ ନାଟିକାର ଅନୁସୃଜନ ଏଇଠି।